Author: NAZMEEN PARWEEN

କଟକବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ କମିସନରେଟ୍ ପୁଲିସ ଏହି ମ୍ୟାଚ୍ ପାଇଁ ଟ୍ରାଫିକ୍ ଆଡଭାଇଜରୀ ଓ ଗାଡ଼ି ପାର୍କିଂ ବ୍ୟବସ୍ଥା ଜାରି କରିଛି। ମ୍ୟାଚ୍ ପୂର୍ବରୁ ଉଭୟ କ୍ରିକେଟ୍ ଦଳର ଖେଳାଳି ମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଖେଳାଳିଙ୍କ ନେଟ୍ ଅଭ୍ୟାସ ଅଧିବେଶନ ମଧ୍ୟ ଶନିବାର ଅନୁଷ୍ଠିତ ହେବ ଏବଂ ଆଇକନିକ୍ ଷ୍ଟାଡିୟମ୍ ଏବଂ ଏହାର ପରିସରରେ ଏକ ବିଶାଳ ସମାବେଶ ହେବାର ସମ୍ଭାବନା ରହିଛି। ଖେଳାଳିଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରାଫିକ୍ ର ଉତ୍ତମ ନିୟନ୍ତ୍ରଣ ଓ ଅବାଧ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ପୁଲିସ କମିସନରେଟ୍ (ଟ୍ରାଫିକ୍ ଓ ) ନିୟମାବଳୀ ୨୦୦୮ ରେ ଶନିବାର ଅପରାହ୍ନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ମ୍ୟାଚ୍ ଶେଷ କିମ୍ବା ଦର୍ଶକଙ୍କ…

Read More