Author: NAZMEEN PARWEEN

କିଛି ଦିନ ହେଲା ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା । ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ ହେବାରେ ଲାଗିଥିଲା । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା ।  ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ଵ।ଭାବିକ ରହୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭବ ହେଉଛି । ଆଜି ଗଞ୍ଜାମ ଗଜପତି, ନୟାଗଡ଼,ପୁରୀରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି…

Read More