Author: NAZMEEN PARWEEN

Antyodaya Gruha Yojana: ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର। କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଘର ନଥିବା ଲୋକଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ…

Read More