Author: NAZMEEN PARWEEN

କାଲି କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା । ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଟିମ । ଟୁଇନସିଟିରେ କ୍ରିକେଟ ଫିଭର । ଉଭୟ ଦଳର ଖେଳାଳି ସ୍ଵତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ ଫେୟାର ହୋଟେଲରେ ରଖାଯାଇଛି । ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ କ୍ରିକେଟରଙ୍କୁ ସ୍ବାଗତ କରାଯାଇଛି । ଖେଳାଳିଙ୍କ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଆଜି ଅପରାହ୍ନ ଗୋଟାଏରେ ଇଂଲଣ୍ଡ ଟିମ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଚାପ କ୍ଲାନ୍ତି ମେଣ୍ଟାଇବାକୁ ଟିମ ବାରବାଟୀ ନଯାଇ ଭୁବନେଶ୍ୱର ଗଲଫ କ୍ଲବରେ ଖେଳିବେ । ସଂଧ୍ୟା ୫ଟାରୁ ରାତି ୮ ଯାଏ ଅଭ୍ୟାସ କରିବେ ଭାରତୀୟ ଖେଳାଳି। ସ୍ୱତନ୍ତ୍ର ବସରେ ଖେଳାଳିମାନେ…

Read More