Author: NAZMEEN PARWEEN

Reserve bank of India : ୫ ବର୍ଷ ପରେ ରେପୋ ରେଟରେ ହ୍ରାସ କରାଯାଇଛି । ଏହାପୂର୍ବରୁ RBI ୨୦୨୦ ମେ’ରେ ରେପୋ ରେଟ୍ କମାଇଥିଲା । ଯଦିଓ ଏହା ପରଠାରୁ ଧୀରେ ଧୀରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ୨୦୨୩ ଫେବୃୟାରୀରେ ରେପୋ ବୃଦ୍ଧି ହୋଇଥିଲା । ପାଞ୍ଚ  ବର୍ଷ ପରେ ଖସିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରି ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ମୁଦ୍ରା ନୀତି କମିଟି (ମନିଟାରୀ ପଲିସି କମିଟି) ବେଞ୍ଚମାର୍କ ରେପୋ ରେଟରେ ୨୬ ବେସିକ୍ ପଏଣ୍ଟ ହ୍ରାସ କରିଛି । ଫଳରେ ବର୍ତ୍ତମାନର ରେପୋ ରେଟ୍ ଏବେ ୬.୨୫ ପ୍ରତିଶତ ହୋଇଯାଇଛି । RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ମୁଦ୍ରା ନୀତି କମିଟି ବୈଠକରେ…

Read More