Author: NAZMEEN PARWEEN

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନ।  ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ। ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ଯୋରନ୍ଦା ମହିମା ଗାଦି । ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ଆଜି ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି ।  ଏହା ସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି । ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର ପରିସର ହଜାର ହଜାର ସାଧୁସନ୍ଥ ଓ ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ , ଭକ୍ତ ଓ ପର୍ଯ୍ୟାଟକ ମାନଙ୍କର ସମାଗମ ହୋଇଛି ।  ଏହା ସହ ଅଲେଖ ଧୂନୀରେ ପ୍ରକମ୍ପିତ ହେଉଛି ପିଠ ପରିସର । ଏହି ମାଘ ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଛି । ପ୍ରଶାସନ…

Read More