Author: NAZMEEN PARWEEN

ନ୍ୟାୟ ପ୍ରଣାଳୀରେ ସମୟର ମୂଲ୍ୟ ଅପରିମିତ। “ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର”—ଏହି ସିଦ୍ଧାନ୍ତ କେବଳ ନ୍ୟାୟାଳୟ ପାଇଁ ନୁହେଁ, ରାଜ୍ୟ ସରକାର ଓ ପ୍ରଶାସନ ପାଇଁ ମଧ୍ୟ ସମାନ ଭାବେ ପ୍ରସଙ୍ଗିକ। ସୁପ୍ରିମକୋର୍ଟ ଫେବୃଆରୀ ୯ ତାରିଖରେ ଓଡ଼ିଶା ସରକାର ଦାଖଲ କରିଥିବା ଏକ ସ୍ପେସିଆଲ୍ ଲିଭ୍ ପିଟିସନ୍ (SLP) କୁ ସମୟ ସୀମା ଅତିକ୍ରମ ହେତୁ ଖାରଜ କରିବା ସହିତ ରାଜ୍ୟର ଆଚରଣକୁ “ଅଳସୁଆ, ବିଳମ୍ବ ଏବଂ ଆଳସ୍ୟ” ବୋଲି ବର୍ଣ୍ଣନା କରିଛନ୍ତି। ଏହା କେବଳ ଗୋଟିଏ ମାମଲାର ନିଷ୍ପତ୍ତି ନୁହେଁ—ଏହା ପ୍ରଶାସନିକ ଦାୟିତ୍ୱ, ଅମଲାତାନ୍ତ୍ରିକ ସଂସ୍କୃତି ଓ ଶାସନର ସଂବେଦନଶୀଳତା ଉପରେ ଗଭୀର ପ୍ରଶ୍ନ। ବିଚାରପତି ଦୀପଙ୍କର ଦତ୍ତ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ମତ ପ୍ରକାଶ କରିଛନ୍ତି ଯେ ବିଳମ୍ବ ପାଇଁ “ପର୍ଯ୍ୟାପ୍ତ କାରଣ” ଦେଖାଇବାରେ ରାଜ୍ୟ ବିଫଳ। କୋର୍ଟ ସ୍ପଷ୍ଟ କରିଛନ୍ତି—ବିଳମ୍ବ କ୍ଷମା ଦେବା ଅଧିକାରର ବିଷୟ ନୁହେଁ; ଯଥେଷ୍ଟ ଯୁକ୍ତି ଛଡ଼ା…

Read More