Author: NAZMEEN PARWEEN

ଆସନ୍ତା ଏପ୍ରିଲ ୨ ତାରିଖରେ ଖାଲି ହେବାକୁ ଯାଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପାରା ଦିନକୁ ଦିନ ଚଢ଼ୁଛି। ରାଜ୍ୟସଭା ନିର୍ବାଚନ ସାଧାରଣତଃ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ପରି ସର୍ବସାଧାରଣ ଉତ୍ସାହ ସୃଷ୍ଟି କରେନାହିଁ, କାରଣ ଏହା ପ୍ରତ୍ୟକ୍ଷ ଭୋଟର ଆଧାରିତ ନୁହେଁ। କିନ୍ତୁ ଏଥର ଚତୁର୍ଥ ଆସନକୁ ନେଇ ସୃଷ୍ଟି ହୋଇଥିବା ସଂଖ୍ୟା-ଗଣିତ ଓ ରାଜନୈତିକ ସମୀକରଣ ଏହାକୁ ଏକ ରୋମାଞ୍ଚକ ରାଜନୈତିକ ପର୍ବରେ ପରିଣତ କରିଛି। ସଂଖ୍ୟା ହିସାବରେ ଦେଖିଲେ, ବିଧାନସଭାର ବର୍ତ୍ତମାନ ସ୍ଥିତି ଅନୁଯାୟୀ ୨ଟି ଆସନ ଭାରତୀୟ ଜନତା ପାର୍ଟି (ବିଜେପି) ଖାତାକୁ ଯିବା ନିଶ୍ଚିତ ବୋଲି ଧରାଯାଉଛି। ଗୋଟିଏ ଆସନ ବିଜୁ ଜନତା ଦଳ (ବିଜେଡି) ନିଶ୍ଚିତ ଭାବେ ଲଭିବ। କିନ୍ତୁ ଚତୁର୍ଥ ଆସନ ପାଇଁ କାହାର ପାଖରେ ମଧ୍ୟ ପ୍ରୟାପ୍ତ ସଂଖ୍ୟାବଳ ନାହିଁ। ଏହି ଅନିଶ୍ଚିତତା ହିଁ ଚର୍ଚ୍ଚାର ମୂଳ। ଏପରି ପରିସ୍ଥିତିରେ ବିଜେପି…

Read More