Author: NAZMEEN PARWEEN

ଭାରତୀୟ ରେଳବାଇର ଇତିହାସରେ “ବନ୍ଦେ ଭାରତ” ଏକ ପ୍ରତୀକ। ଆଧୁନିକତା, ଗତି, ଆରାମ ଓ ଆତ୍ମନିର୍ଭରତାର ସଙ୍କେତ। ଦେଶର ହାଇ-ଟେକ୍, ସେମି ବୁଲେଟ୍ ଟ୍ରେନ୍ ଭାବରେ ପରିଚିତ ବନ୍ଦେ ଭାରତ ଏକ ନୂଆ ଯୁଗର ଆରମ୍ଭ କରିଥିଲା। ଏହି ପରିପ୍ରେକ୍ଷhରେ ଯଦି କୌଣସି ରୁଟ୍‌ରେ ବନ୍ଦେ ଭାରତ ସେବା “ସବୁଦିନ ପାଇଁ” ବନ୍ଦ ହେବାର ଖବର ଆସେ, ତେବେ ତାହା କେବଳ ଏକ ସାଧାରଣ ପରିଚାଳନା ନିଷ୍ପତ୍ତି ନୁହେଁ—ଏହା ନୀତି, ଯୋଜନା ଓ ଚାହିଦା-ଜୋଗାଣର ସମୀକରଣକୁ ନୂଆ ଭାବେ ଭାବିବାକୁ ବାଧ୍ୟ କରେ। ଖବର ଅନୁଯାୟୀ, ୧୩ ଓ ୧୪ ଫେବୃଆରୀ ପରେ ୨୦୯୭୯/୮୦ (ଉଦୟପୁର ସିଟି ↔ ଜୟପୁର) ଏବଂ ୨୦୯୮୧/୮୨ (ଉଦୟପୁର ସିଟି ↔ ଆଗ୍ରା କ୍ୟାଣ୍ଟ) ଦୁଇଟି ବନ୍ଦେ ଭାରତ ସେବାର ରିଜର୍ଭେସନ୍ ଆର ଉପଲବ୍ଧ ନାହିଁ। IRCTC ପୋର୍ଟାଲରେ ମଧ୍ୟ ତାହାର ପ୍ରତିଫଳନ ଦେଖାଯାଇଛି। ଏହି ପରିସ୍ଥିତି ଅନେକ ପ୍ରଶ୍ନ ଉଠାଇଛି—କି ବନ୍ଦେ ଭାରତ ଫେଲ୍?…

Read More