Author: NAZMEEN PARWEEN

କ୍ରିକେଟରେ କିଛି ମ୍ୟାଚ୍‌ ରହେ ଯାହା କେବଳ ଖେଳ ନୁହେଁ—ସେଗୁଡ଼ିକ ଭାବନା, ଇତିହାସ ଓ ଆତ୍ମସମ୍ମାନର ପରୀକ୍ଷା। ଭାରତ-ପାକିସ୍ତାନ ମୁକାବିଲା ସେହି ପ୍ରକାରର ଏକ ଘଟଣା। ପଡ଼ିଆ ବାହାରେ ରାଜନୈତିକ ନାରାବାଜୀ, ସୋସିଆଲ୍ ମିଡିଆର ଡ୍ରାମା ଓ ଚର୍ଚ୍ଚା ଚାଲିଥିଲେ ମଧ୍ୟ, ଶେଷ କଥା କହେ ୨୨ ଗଜ। ଟି-୨୦ ବିଶ୍ୱକପରେ ଆସନ୍ତା ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍‌କୁ କେବଳ ଗୋଟିଏ ଲିଗ୍ ମ୍ୟାଚ୍‌ ଭାବେ ଦେଖିଲେ ଭୁଲ୍ ହେବ—ଏହା ସୁପର ୮ ପାଇଁ ସିଧା ପଥ ଖୋଲିଦେବାର ସଂକେତ ମଧ୍ୟ। ଫର୍ମର ତୁଳନା: ଭାରତ କି ଆଗରେ? ଚଳିତ ବିଶ୍ୱକପରେ ଭାରତ ଆମେରିକା ଓ ନାମିବିୟାକୁ ପରାଜିତ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ଆମେରିକା ବିପକ୍ଷରେ ବ୍ୟାଟିଂ ଅଳ୍ପ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ, ନାମିବିୟା ବିପକ୍ଷରେ ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଓ…

Read More