Author: Purva Paksha

Biren Singh: ଭାରତୀୟ ଜନତା ପାର୍ଟି ନେତା ତଥା ମଣିପୁର ମୁଖ୍ୟମନ୍ତ୍ରୀ ନୋଙ୍ଗଥୋମ୍ବାମ୍ ବିରେନ ସିଂହ ଜାତିଗତ ହିଂସା ଏବଂ ଆଭ୍ୟନ୍ତରୀଣ କଳହ କାରଣରୁ ଇସ୍ତଫା ଦେଇଛନ୍ତି। ହିଂସାକାଣ୍ଡ ପାଇଁ ବିଜେପି ନେତା ଓ କୁକି ସଂଗଠନ ତାଙ୍କୁ ଦାୟୀ କରୁଥିଲେ। ରାଜ୍ୟପାଳ ବିରେନ ସିଂହଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଥିଲା। ବିଜେପି ନେତା ଓ କୁକି ସଂଗଠନର ଏକ ଗୋଷ୍ଠୀ ତାଙ୍କୁ ହଟାଇବାକୁ ଦାବି କରୁଥିଲେ। ସରକାରଙ୍କ ମନ୍ତ୍ରୀଙ୍କ ସମେତ ଅନେକ ବିଧାୟକ ଗୃହରେ ବିରୋଧୀ ଦଳରେ ବସିବାକୁ ଯାଉଥିଲେ। ବିରୋଧ ବଢ଼ୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ପ୍ରାୟ ଆଠବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ରବିବାର ନୋଙ୍ଗଥୋମ୍ବାମ ବୀରେନ ସିଂ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ନେତା ଏବଂ କୁକି ସଂଗଠନର ଏକ ଅଂଶ ତାଙ୍କୁ…

Read More