Author: Purva Paksha

Railway budget utilization: ସୋନପୁର ଓ ପୁରୁଣାକଟକ ମଧ୍ୟରେ ଦୀର୍ଘଦିନ ଧରି ଅଟକି ରହିଥିବା ଏହି ପ୍ରକଳ୍ପରେ ଏକ ବଡ଼ ମାଇଲଖୁଣ୍ଟ ହାସଲ ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଆବଣ୍ଟିତ ପାଣ୍ଠିର ୮୧ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଶା ଏକ ଆର୍ଥିକ ବର୍ଷରେ ସର୍ବାଧିକ ରେଳ ବଜେଟ୍ ବ୍ୟବହାର କରିଛି। ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ମଧ୍ୟରୁ ଜାନୁଆରି ସୁଦ୍ଧା ୮,୬୫୭.୨୩ କୋଟି ଟଙ୍କା ବ୍ୟବହୃତ ହୋଇଛି। ସୂତ୍ରରୁ ପ୍ରକାଶ ଯେ ଟ୍ରାକ୍ ସମ୍ପ୍ରସାରଣ, ବିଦ୍ୟୁତୀକରଣ, ନୂତନ ଲାଇନ୍ ନିର୍ମାଣ, ଷ୍ଟେସନ ଆଧୁନିକୀକରଣ ଏବଂ ନିରାପତ୍ତା ଉନ୍ନତୀକରଣ ସମେତ ରେଳ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ ଗତି ଯୋଗୁଁ ଗତ ୧୦ ମାସ ମଧ୍ୟରେ ଆବଣ୍ଟିତ ବଜେଟ୍‍ର ପ୍ରାୟ ୮୧.୭୮ ପ୍ରତିଶତ ଖର୍ଚ୍ଚ ହୋଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ଲାଇନ୍ ପ୍ରକଳ୍ପ ପାଇଁ ୧୧୬୦ କୋଟି, ତାଳଚେର-ବିମଳାଗଡ଼ ଲାଇନ୍ ପାଇଁ…

Read More