Author: Purva Paksha

Srilanka Blackout: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରବିବାର ସକାଳେ ମାଙ୍କଡ଼ ଯୋଗୁଁ ଦେଶବ୍ୟାପୀ ବ୍ଲାକ୍ ଆଉଟ୍ ହୋଇଥିଲା, ଯାହା ଅନେକ ଘଣ୍ଟା ଧରି ଚାଲିଥିଲା। ଅଧିକାରୀମାନେ ଏବେ ବି ଦେଶର ଅନେକ ସ୍ଥାନରେ ବିଦ୍ୟୁତ୍ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଜେନେରେଟର ବ୍ୟବହାର କରି ଦେଶରେ ବ୍ୟବସାୟ ଓ ପ୍ରତିଷ୍ଠାନ ଚାଲିଛି। ମାଙ୍କଡ଼ମାନେ ଶ୍ରୀଲଙ୍କାରେ ବଡ଼ ଶକ୍ତି ସଙ୍କଟ ସୃଷ୍ଟି କରିଛନ୍ତି। ମାଙ୍କଡ଼ଙ୍କ ଯୋଗୁଁ ସମଗ୍ର ଦେଶରେ ବିଜୁଳି ବାଧାପ୍ରାପ୍ତ ହୋଇଥିଲା। କିଛିଘଣ୍ଟା ପରେ ବି ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ହଜାର ହଜାର ବର୍ଷ ତଳେ ଭାରତରୁ ରାମଦୂତଭାବେ ଯାଇଥିବା ଶ୍ରୀହନୁମାନ ଶକ୍ତିପ୍ରଦର୍ଶନ ପାଇଁ ଲଙ୍କା ଦହନ କରିଥିଲେ। ରାବଣର ସ୍ୱର୍ଣ୍ଣଲଙ୍କାକୁ ଜାଳି ଛାରଖାର କରିଦେଇଥିଲେ। ଏବେ ହନୁମାନଙ୍କ ବଂଶଧର କିଛି ମାଙ୍କଡ଼ଙ୍କ ଉତ୍ପାତ ପାଇଁ ଶ୍ରୀଲଙ୍କା ଅନ୍ଧକାରରେ ଡୁବିଛି। ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ମାଙ୍କଡ଼ଙ୍କ ଉତ୍ପାତ ଯୋଗୁଁ ଏକ ବଡ଼ ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ…

Read More