What's Hot
Author: Purva Paksha
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗତ ରବିବାର (୯ ଫେବୃଆରୀ) କଟକର ବାରବାଟି ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ର ଦ୍ୱିତୀୟ ଇନିଂସରେ, ଅର୍ଥାତ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ସମୟରେ, ଷ୍ଟାଡିୟମର ଫ୍ଲଡ୍ଲାଇଟଗୁଡ଼ିକ ଲିଭିଯାଇଥିଲା। ହଠାତ୍ ଲାଇଟ୍ ବନ୍ଦ ହୋଇଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣା ପରେ, ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକ ବିସିସିଆଇକୁ ଟାହିଟାପରା କରିଛନ୍ତି। କେବଳ ଦେଶ ଭିତରେ ନୁହେଁ ଦେଶ ବାହାରୁ ମଧ୍ୟ ବିସିସିଆଇକୁ କଟାକ୍ଷ ଶୁଣିବାକୁ ମିଳୁଛି। ବିସିସିଆଇକୁ ଟ୍ରୋଲ କରିବାକୁ ପାକିସ୍ତାନୀଙ୍କୁ ମିଳିଲା ମୌକା ପଡ଼ୋଶୀ ଦେଶ ପାକିସ୍ତାନର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଫ୍ଲଡ୍ ଲାଇଟ୍ ଫେଲ୍ୟୁରକୁ ନେଇ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଶନିବାର (୮ ଫେବୃଆରୀ) ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ତ୍ରି-ସିରିଜ ଅନ୍ତର୍ଗତ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ, ନ୍ୟୁଜିଲାଣ୍ଡର ରାଚିନ…
