What's Hot
Author: Purva Paksha
Odisha Cricket Association: ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମର ଆଧୁନିକୀକରଣ ସହ ଫ୍ଲଡ୍ ଲାଇଟ୍ ପାଇଁ ସ୍ଥାୟୀ ଜେନେରେଟର ନିର୍ମାଣ କରିବାକୁ ସେ ଯୋଜନା କରିଛନ୍ତି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନୂଆ ସଭାପତିଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। କ୍ରିକେଟ୍ ବୋର୍ଡ ଏ ପର୍ଯ୍ୟନ୍ତ ଏ ନେଇ ଘୋଷଣା କରିନଥିବାବେଳେ ଶ୍ରୀ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟକାରୀ ସଭାପତିଭାବେ କାର୍ଯ୍ୟ ଆରମ୍ଭ କରିଥିବା ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଓସିଏର ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସ ନିକଟରେ ଇସ୍ତଫା ଦେଇଥିଲେ। ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀଭାବେ ଏହି ପଦପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯେଉଁଥିପାଇଁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ପଙ୍କଜ ଲୋଚନ ମହାନ୍ତି ତାଙ୍କ ପୂର୍ବବର୍ତ୍ତୀ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଓସିଏ…
