Author: Purva Paksha

Weather Report: ଆସନ୍ତା ୩ ଦିନ ମଧ୍ୟରେ ସାରାଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରି ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପାରଦ ହ୍ରାସ ପାଇଥିଲା। ଆଜି ସକାଳେ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଜି ଉଦୟଗିରି ୭.୪ ଡିଗ୍ରୀ ସେଲସିୟସ ରହିଥିବାବେଳେ କୋରାପୁଟର ସେମିଳିଗୁଡ଼ା (୧୦.୨ ଡିଗ୍ରୀ), ଫୁଲବାଣୀ (୧୦.୫ ଡିଗ୍ରୀ), ରାଉରକେଲା (୧୧.୩ ଡିଗ୍ରୀ) ଓ ଝାରସୁଗୁଡ଼ା (୧୧.୮ ଡିଗ୍ରୀ ସେଲସିୟସ) ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୭.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୧.୮ ଡିଗ୍ରୀ କମ୍। ପୂର୍ବଦିନ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୭.୧ ଓ ୧୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିବା ବେଳେ ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ,…

Read More