Author: Purva Paksha

Thana Than: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଜୟପୁର ବିଧାୟକ ଅଭିଯୋଗ କରିଛନ୍ତି ଯେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାର ମିଲର ଓ ଗୋଦାମରୁ କମିସନ ଆଦାୟ ପାଇଁ ଏଜେଣ୍ଟମାନଙ୍କୁ ଗୁପ୍ତଭାବେ ନିୟୋଜିତ କରିଛନ୍ତି। ସରକାର ଧାନ କିଣାରେ ‘ଠନା ଠନ୍‍’ କଥା କହୁଛନ୍ତି। ଏହା କୃଷକଙ୍କ ପାଇଁ ନା ନିଜ ପାଇଁ, ତାହା ଲୋକେ ବୁଝିପାରୁ ନାହାନ୍ତି। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖି ୫ ଥର କଂଗ୍ରେସ ବିଧାୟକ ଥିବା ତାରା ବାହିନୀପତି ଅଭିଯୋଗ କରିଥିଲେ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ଏଜେଣ୍ଟଙ୍କ ଜରିଆରେ ପ୍ରତି ଗୋଦାମରୁ ୧ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି। ମିଲର ଓ ଗୋଦାମରୁ ଟଙ୍କା ଆଦାୟରେ ସମ୍ପୃକ୍ତ ଏଜେଣ୍ଟମାନଙ୍କ ସମ୍ପର୍କରେ ମୋ ପାଖରେ ବିସ୍ତୃତ ସୂଚନା ରହିଛି। ବାହିନୀପତି ଦାବି…

Read More