Author: Purva Paksha

Bargarh Dhanu Yatra: ବିଶ୍ୱର ସର୍ବବୃହତ ଓପନ୍ ଏୟାର ଥିଏଟର ବରଗଡ଼ର ଧନୁଯାତ୍ରାର ଉନ୍ନତି ପାଇଁ ସ୍ଥାୟୀ ରାଜମହଲ ପାଇଁ ରାଜ୍ୟ ସରକାର ୧୨ କୋଟି ୭୯ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ର ଉଦ୍ଦେଶ୍ୟ ହେଉଛି ଉତ୍ସବର ଭବ୍ୟତା ଏବଂ ସମୃଦ୍ଧିବୃଦ୍ଧି କରିବା ଏବଂ ସ୍ଥାନୀୟ ସମୁଦାୟକୁ ଉପକୃତ କରିବା। ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସିର କଥା, ବିଶ୍ୱର ସର୍ବବୃହତ ଓପନ୍ ଏୟାର ଥିଏଟର ଧନୁଯାତ୍ରା ପାଇଁ ଏକ ସ୍ଥାୟୀ ମହଲ (ରାଜ ମହଲ) ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ୧୨ କୋଟି ୭୯ ଲକ୍ଷରୁ ଅଧିକ ଟଙ୍କାର ପାଣ୍ଠି ଆବଣ୍ଟନ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସରକାରୀ ଚିଠି ଜରିଆରେ ଏହି ସୂଚନା ଦିଆଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମଧ୍ୟ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ସହାୟତା ପାଇଁ ବିଧାୟକ ଷଡ଼ଙ୍ଗୀ…

Read More