Author: Purva Paksha

Conspiracy against CM Mohan Majhi: ସରକାରରେ ବାରମ୍ବାର ମିଛ କହି ବାହାପିଆ ମନ୍ତ୍ରୀଭାବେ ପରିଚିତ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍‍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି। ମୋହନ ସରକାର ଓ ଖୋଦ୍‍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ଉପନେତା ବିଧାନସଭା ଭିତରେ ପ୍ରଶଂସା କରୁଛନ୍ତି। ଅପରପକ୍ଷରେ ସରକାରରେ ବାହାପିଆ ମନ୍ତ୍ରୀଭାବେ ପରିଚିତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍‍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ହେବା ପରେ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାବେଳେ ବାରମ୍ବାର ମିଛ କହିବାରେ ଲାଗିଛନ୍ତି। ମୋହନ ସରକାରର ପ୍ରଥମ ମନ୍ତ୍ରୀଭାବେ ଏପରିକି ସେ ମିଲର ଓ ବ୍ୟବସାୟୀମାନଙ୍କଠାରୁ ଠନାଠନ୍‍ ଆଦାୟ କରିବାରେ ଲାଗିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି। ବୋଧହୁଏ ମୋହନ ସରକାରର ମନ୍ତ୍ରୀଙ୍କ ବିରୋଧରେ ଏପରି…

Read More