What's Hot
Author: Purva Paksha
KiiT University: ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା ପରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ବିନା ଟିକେଟରେ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନକୁ ସ୍ଥାନାନ୍ତର କରାଯିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ରବିବାର ସନ୍ଧ୍ୟାରେ ଜଣେ ବିଟେକ୍ ତୃତୀୟ ବର୍ଷଛାତ୍ରୀନିହତ ହେବା ଘଟଣାର କିଛିଘଣ୍ଟା ପରେ ଅନୁଷ୍ଠାନର ପରିଚାଳନା ଏକ ବିବାଦୀୟ ପଦକ୍ଷେପ ନେଇ ନେପାଳର ସମସ୍ତ ଅନ୍ତର୍ଜାତୀୟ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବିଶେଷ କରି ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ତରବରିଆ ଭାବେ ବସରେ ବସିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ବାଧ୍ୟ କରି ବିଶ୍ୱବିଦ୍ୟାଳୟ ବସରେ ବସାଇ କଟକ ରେଳ ଷ୍ଟେସନକୁ ନିଆଯାଇଥିଲା ଯେଉଁଠାରୁ ସେମାନଙ୍କୁ ନିଜ ନିଜ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫେବ୍ରୁଆରି ୧୭…
