Author: Purva Paksha

Hill of Jewels: ଦୀର୍ଘ ୬ ଦଶନ୍ଧି ପରେ ଖୋଳାଯାଇଥିବା ରତ୍ନଗିରି ବୌଦ୍ଧ ବିହାର ପରିସରରେ ତିନିଟି ବିଶାଳ ବୁଦ୍ଧ ମୁଣ୍ଡ, ଶତାଧିକ ସ୍ତୁପ, ପଥର ଶିଳାଲେଖ ଏବଂ ବୌଦ୍ଧ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ୫୦ଜଣିଆ ଟିମ୍ ଗତ ୭୦ଦିନ ଧରି ରତ୍ନଗିରିରେ ଝାଳ ବୁହାଉଛନ୍ତି, ମାଟି ଗଦାରେ ଛଟପଟ ହେଉଛନ୍ତି, ବୌଦ୍ଧ ଇତିହାସରେ ଓଡ଼ିଶାର ସ୍ଥାନ ସମ୍ପର୍କରେ ନୂଆ ଐତିହାସିକ ପ୍ରମାଣ ସୃଷ୍ଟି ହେବାର ସଙ୍କେତ ଦେଉଥିବା ପ୍ରତ୍ନତାତ୍ତ୍ୱିକ ସମ୍ପଦର ଖୋଳତାଡ଼ କରୁଛନ୍ତି। ଭାରତର ପ୍ରଥମ ମହିଳା ପ୍ରତ୍ନତତ୍ତ୍ୱବିତ୍ ତଥା ଏଏସଆଇର ପୂର୍ବତନ ମହାନିର୍ଦ୍ଦେଶକ ଦେବଲା ମିତ୍ର ଓଡ଼ିଶାର ‘ହିଲ୍ ଅଫ୍ ଜୁଏଲ୍ସ’ଭାବେ ପରିଚିତ ରତ୍ନଗିରିରୁ ଦୁଇଟି ଚମତ୍କାର ଚତୁର୍ଦ୍ଦୀୟ ବୌଦ୍ଧ ବିହାର, ଏକ ବଡ଼ ସ୍ତୂପ, ପୀଠ ଓ ଅନେକ ମୂର୍ତ୍ତି ଖୋଳିବାର ଛଅ ଦଶନ୍ଧି ପରେ ଏବେ ବୌଦ୍ଧ ବିହାରର ଦକ୍ଷିଣ ଦିଗରେ ଥିବା ଏକ ମାଟି ମୁଣ୍ଡ…

Read More