Author: Purva Paksha

ଓଡ଼ିଆ ଅସ୍ମିତା ଓ ପରିଚୟ ବିଷୟକୁ ପ୍ରାଧାନ୍ୟ ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ରାଜ୍ୟର ବଜେଟ୍‍ ବାକ୍ସର ରଙ୍ଗକୁ ବଦଳାଇଛନ୍ତି। ପାରମ୍ପରିକଭାବେ ନାଲି  ଅଥବା ମେରୁନ୍‍ ରଙ୍ଗରେ ପ୍ରତି ବଜେଟ୍‍ ଅଧିବେଶନରେ ଆସୁଥିବା ଏହି ବଜେଟ୍‍ ବାକ୍ସକୁ ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଛି। ଏହି ବାକ୍ସକୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳ ହରିବାବୁ କୁମ୍ଭମ୍‍ ପାଟିଙ୍କୁ ପ୍ରଦାନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ଅର୍ଥ ବିଧେୟକକୁ ଆଗତ କରିବେ। ଏଥିଲାଗି ଅପରାହ୍ଣ ୪ଟାକୁ ସ୍ଥିର କରାଯାଇଛି। ପରମ୍ପରା ଅନୁସାରେ ଏହି ଅର୍ଥ ବିଧେୟକ ପ୍ରଥମେ ରାଜ୍ୟପାଳଙ୍କ ଅନୁମତି ହାସଲ କରିଥାଏ। ଏଣୁ ଏହି ସାମ୍ବିଧାନିକ ପ୍ରଥାକୁ ବଜାୟ ରଖି ଆଜି କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ ଭବନରେ ରାଜ୍ୟପାଳଙ୍କୁ ସ୍ୱିକୃତୀ ପାଇଁ ପ୍ରଦାନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଏହି ବଜେଟ୍‍…

Read More