Author: Purva Paksha

ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଓଡ଼ିଶାର ମହିଳାମାନେ କେତେ ସୁରକ୍ଷିତ ରହିଛନ୍ତି? ସେମାନଙ୍କ ଉପରେ ନିର୍ଯାତନା ବଢ଼ିଛି ନା କମିଛି। ଏ ସମ୍ପର୍କରେ ଅନେକଥର ପ୍ରଶ୍ନ ଉଠେ, ବିଭିନ୍ନ ସ୍ଥାନରେ। ଆଜି ଏମିତି ଏକ ପ୍ରଶ୍ନ ବିଧାନସଭାରେ ବି ଉଠିଛି। ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଏହି ପ୍ରଶ୍ନକୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ବିଭିନ୍ନ ହସ୍‍ପିଟାଲରେ ୨୦୨୪ ଜୁନ୍‍ ମାସଠୁ ନେଇ ଆଜି ଯାଏ କେତେ ମହିଳାଙ୍କୁ ନିର୍ଯାତନା ଦିଆଯାଇଛି। ପୁଣି ସେଥିରୁ କେତେ ମହିଳାଙ୍କୁ ଯୌନ ନିର୍ଯାତନା ଭୋଗିବାକୁ ପଡ଼ିଛି? ଏହାର ଉତ୍ତରରେ  ଗ୍ୟହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ୍‍ ୧ରୁ ଫେବୃୟାରୀ ୭ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ହସ୍‍ପିଟାଲରେ ମହିଳାଙ୍କୁ ନିର୍ଯାତନାର ଅଭିଯୋଗ ହୋଇଛି। ସମୁଦାୟ ୧୫ଟି ଅଭିଯୋଗ ଏ…

Read More