Author: Purva Paksha

ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ । କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ବଜେଟରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ  ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି ବ୍ୟୟବରାଦ ହୋଇଛି। କୃଷକମାନଙ୍କୁ ଠିକ୍‌ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ୍‌ ସହାୟତା ପାଇଁ ସିଏମ୍‌-କିଷାନ ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୦୨୦ କୋଟି ଟଙ୍କା, ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଅଣଧାନ ଫସଲ ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଳୁରେ ଆତ୍ମ ନିର୍ଭର ଯୋଜନା ଚଳିତ…

Read More