Author: Purva Paksha

MLA Lad fund: ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ଲାଗି ଏହି ଅର୍ଥକୁ ଖର୍ଚ୍ଚ କରିପାରିବେ ବିଧାୟକ। ପୂର୍ବରୁ ବିଧାୟକମାନଙ୍କର ହାତପାଣ୍ଠି ବା ଆଞ୍ଚଳିକ ବିକାଶ ପାଣ୍ଠି ଲ୍ୟାଡ୍‍ ଫଣ୍ଡ୍‍ ୩ କୋଟି ଟଙ୍କା ଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଲାଗି କୌଣସି ବିଧାୟକ ଏହି ଅର୍ଥ ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ରହିଥିଲା।…

Read More