Author: Purva Paksha

Budget Reaction: ଅର୍ଥ ଆବଣ୍ଟନ କରିବାଟା ବଡ଼ କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ। ରାଜ୍ୟ ବଜେଟ୍‍ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଡବଲ୍‍ ଇଞ୍ଜିନ୍‍ ସରକାର ପଛୁଆ ଗିଅରରେ ଚାଲୁଛି। ଅର୍ଥ ଆବଣ୍ଟନ କରିବାଟା ବଡ଼କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବଜେଟ ଉପସ୍ଥାପନ ହେବାର କିଛିକ୍ଷଣ ମଧ୍ୟରେ ଏହାକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ବଜେଟରେ ଅନେକ ପରିମାଣ ଏ ଯାଏ ଖର୍ଚ୍ଚ ହୋଇନାହିଁ। ଖାଲି ବଜେଟ୍‍ ପରିମାଣ ବୃଦ୍ଧି କରିବା ବଡ଼କଥା ନୁହେଁ ଏହାକୁ ରାଜ୍ୟର ବିକାଶରେ ସୁଚାରୁ ରୂପେ ଖର୍ଚ୍ଚ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ସେ…

Read More