Author: Purva Paksha

୨୦୨୪ ରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ଦ୍ୱାରା ପ୍ରଭାବିତ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଅନ୍ୟ ୪ଟି ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଓ ତ୍ରିପୁରା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ ଏସଡିଆର ପାଣ୍ଠି ଅଧୀନରେ ୨୭ଟି ରାଜ୍ୟକୁ କେନ୍ଦ୍ର ସରକାର ଦେଇଥିବା ୧୮,୩୨୨.୮୦ କୋଟି ଟଙ୍କା ବ୍ୟତୀତ ଏହା କରାଯାଇଛି। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ସହାୟତାରେ ମୋଦି ସରକାର ପଥର ଭଳି ଠିଆ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ପାଇଁ ୧୫୫୪.୯୯ କୋଟି ଟଙ୍କା ମଧ୍ୟରୁ ୬୦୮.୦୮ କୋଟି ଟଙ୍କା, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି ଟଙ୍କା, ଓଡ଼ିଶା ପାଇଁ ୨୫୫.୨୪ କୋଟି ଟଙ୍କା, ତେଲେଙ୍ଗାନା ପାଇଁ ୨୩୧.୭୫ କୋଟି ଟଙ୍କା ଏବଂ ତ୍ରିପୁରା ପାଇଁ ୨୮୮.୯୩…

Read More