Author: Purva Paksha

ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର।  ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ  ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସମବାୟ ଆନ୍ଦୋଳନରେ ଗଢ଼ା ହୋଇଥିବା ୪ଟି ଚିନିକଳରୁ ମାତ୍ର ଗୋଟିଏ ଚିନିକଳ ଏବେ କାର୍ଯ୍ୟକ୍ଷମ ରହିଛି। ରାଜ୍ୟ ସରକାରଙ୍କଠାରୁ ଦୁଇଟି ଚିନିକଳ କିଣିଥିବା ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ଆଉ କାରଖାନା ଚଳାଉ ନାହାନ୍ତି। ଏବାବଦରେ ମାମଲା ଲଢ଼ୁଛନ୍ତି ସରକାର। ପୁଣି ଆଉ ଗୋଟିଏ ସଂସ୍ଥାକୁ ବିକ୍ରି କରିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅର୍ଥାତ୍‍ ବାସ୍ତବରେ ଗୋଟିଏ ମାତ୍ର ସଂସ୍ଥା ଏବେ ଚାଲିଛି। ଆସ୍କା ଚିନିକଳ କେମିତି ଚାଲିଛି ତାହା…

Read More