୨୦୨୪ ରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ଦ୍ୱାରା ପ୍ରଭାବିତ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଅନ୍ୟ ୪ଟି ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଓ ତ୍ରିପୁରା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ ଏସଡିଆର ପାଣ୍ଠି ଅଧୀନରେ ୨୭ଟି ରାଜ୍ୟକୁ କେନ୍ଦ୍ର ସରକାର ଦେଇଥିବା ୧୮,୩୨୨.୮୦ କୋଟି ଟଙ୍କା ବ୍ୟତୀତ ଏହା କରାଯାଇଛି। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ସହାୟତାରେ ମୋଦି ସରକାର ପଥର ଭଳି ଠିଆ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶ ପାଇଁ ୧୫୫୪.୯୯ କୋଟି ଟଙ୍କା ମଧ୍ୟରୁ ୬୦୮.୦୮ କୋଟି ଟଙ୍କା, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି ଟଙ୍କା, ଓଡ଼ିଶା ପାଇଁ ୨୫୫.୨୪ କୋଟି ଟଙ୍କା, ତେଲେଙ୍ଗାନା ପାଇଁ ୨୩୧.୭୫ କୋଟି ଟଙ୍କା ଏବଂ ତ୍ରିପୁରା ପାଇଁ ୨୮୮.୯୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ଏସଡିଆରଏଫରେ ଉପଲବ୍ଧ ବର୍ଷ ପାଇଁ ପ୍ରାରମ୍ଭିକ ବାଲାନ୍ସର ୫୦ ପ୍ରତିଶତ ଆଡଜଷ୍ଟମେଣ୍ଟ କରାଯାଇଥାଏ ।
ଆନୁଷ୍ଠାନିକ ସ୍ମାରକପତ୍ର ପାଇବାକୁ ଅପେକ୍ଷା ନ କରି ବିପର୍ଯ୍ୟୟ ପରେ ତୁରନ୍ତ କେନ୍ଦ୍ର ସରକାର ଏହି ରାଜ୍ୟଗୁଡ଼ିକୁ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ (ଆଇଏମସିଟି) ନିୟୋଜିତ କରିଥିଲେ।
ବାରମ୍ବାର ବ୍ୟାପକ ଓ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ବିଜେଡିରୁ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଦୋହରାଇବାର ସପ୍ତାହେରୁ କମ୍ ସମୟ ପରେ ଏଭଳି ସ୍ଥିତି ଉପୁଜିଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୦୨୫-୨୬ କେନ୍ଦ୍ର ବଜେଟରେ ଓଡ଼ିଶାକୁ ପୁଣି ଥରେ ଅବହେଳିତ କରାଯାଇଛି ବୋଲି ସେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କରିଥିଲେ।
ଏହି ଦୁଇ ହିନ୍ଦୁଙ୍କ ଆଗରେ ସବୁଦିନ ନତମସ୍ତକ ହୁଅନ୍ତି ବାଂଲାଦେଶୀ ମୁସଲମାନ

