Author: Purva Paksha

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହାସହ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ଫେରି ଆସିବାକୁ ନିବେଦନ କରିଛନ୍ତି। କିଟ୍‍ କ୍ୟାମ୍ପସରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଖୁବ୍‍ ଶୀଘ୍ର ସ୍ଥାପନ ହେବ ବୋଲି ସେ କହିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟରେ ନେପାଳର ଜଣେ ଛାତ୍ରୀ ପ୍ରକୃତିଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟ ଏବେ ପଡ଼ୁଛି ଉଠୁଛି। ଏହି ପ୍ରସଙ୍ଗ ରାଜ୍ୟର ପ୍ରତିଚ୍ଛବିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ହାନୀ ପହଞ୍ଚାଇଛି। ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ଅତିଥିଭବନରେ ନେପାଳ ଅଧିକାରୀଙ୍କ ସହ ଆଲୋଚନା କରି କିଟ୍ ବିଶ୍ୱବିଦ୍ୟାଳୟରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଣୁ ନେପାଳି ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରି ଆସିବାକୁ ସେ ନିବେଦନ କରିଛନ୍ତି। ନେପାଳର କାଉନ୍ସେନଲର ସଞ୍ଜିବ ଦାସ ଶର୍ମା ଏବଂ ନବୀନ…

Read More