Author: Purva Paksha

Zelensky: ଆମେରିକାର ଓଭାଲ ଅଫିସରେ ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ସେମାନେ ଏତେ ମାତ୍ରାରେ ମୁହାଁମୁହିଁ ହୋଇଥିଲେ ଯେ ଜେଲେନେସ୍କି ଟ୍ରମ୍ପଙ୍କୁ ମଧ୍ୟ କହିଥିଲେ ଯେ ସେ ପୁଟିନଙ୍କ ଭାଷା କହୁଛନ୍ତି। ଏହା ପରେ ୟୁକ୍ରେନର ଲୋକମାନେ କେବଳ ଜେଲେନେସ୍କିଙ୍କୁ ସମର୍ଥନ କରୁନାହାନ୍ତି ବରଂ କାନାଡା, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ସମେତ ଅନେକ ଦେଶ ମଧ୍ୟ ତାଙ୍କ ସହ ଛିଡ଼ା ହୋଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟହାଉସର ଓଭାଲ ଅଫିସରେ ଜୋରଦାର କଥା କଟାକଟି ହେବାର ଲାଇଭ୍ ଭିଜୁଆଲ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷ୍‍ ବିରୋଧରେ ଆମେରିକାର ସମର୍ଥନ ଯୋଗାଡ କରିବାକୁ ଯାଇଥିବା ଜେଲେନେସ୍କିଙ୍କୁ ନିରାଶ ହେବାକୁ ପଡ଼ିଛି। ଆମେରିକାର ସମର୍ଥନ ତ ମିଳିନଥିଲା ଓଲଟା ଟ୍ରମ୍ପ୍, ଜେଲେନେସ୍କିଙ୍କୁ ବେଇଜତ କରି ‘ତୁମ ଖରାପ ସମୟ ଆରମ୍ଭ ହେଉଛି’ ବୋଲି…

Read More