Author: Purva Paksha

Donald Trump Zelenskyy Diplomatic Clash: ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସହାୟତା ମିଳିଥିଲା । ଆମେରିକାର ସମର୍ଥନ ଯୋଗୁଁ ୟୁକ୍ରେନ ଗତ ତିନିବର୍ଷ ଧରି ଯୁଦ୍ଧରେ ରୁଷିଆ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆମେରିକୀୟ ଟିକସଦାତାଙ୍କ ଟଙ୍କାକୁ ଏଭଳି ଭାବେ ନଷ୍ଟ କରାଯାଇପାରିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କ ମଧ୍ୟରେ ହୋଇଥିବା ବିତର୍କ ଜିଓ ପଲିଟିକ୍ସ(ଭୂ-ରାଜନୀତି)ରେ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ଓ ଜେଲେନେସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲୁଥିବାବେଳେ ୟୁକ୍ରେନର ରାଷ୍ଟ୍ରଦୂତ ଓକ୍ସାନା ମାର୍କାରୋଭାଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ମାର୍କାରୋଭାଙ୍କ ମୁଣ୍ଡରେ ହାତ ଦେବା ଚିତ୍ର ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓଭାଲ ଅଫିରସରେ ଡୋନାଲ୍ଡ ଟ୍ରମ୍ପ ଓ ଜେଲେନେସ୍କିଙ୍କ ମଧ୍ୟରେ କଥା କଟାକଟିବେଳେ ଆମେରିକା ଉପରାଷ୍ଟ୍ରପତି ମଧ୍ୟ…

Read More