Author: Purva Paksha

Reservation: ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମକୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ। ଚଳିତବର୍ଷ ଫେବୃୟାରୀ ୨୭ ତାରିଖରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ ପୂର୍ବରୁ ସେହି ବିଭାଗର ୦୬/୦୦୫/୨୦୨୪ର ନିର୍ଦ୍ଦେଶନାମାରେ ଥିବା ସର୍ତ୍ତାବଳୀ ଏବେଠାରୁ କାର୍ଯ୍ୟକାରୀ ହେବ। ଏଥିରେ ସମସ୍ତ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ରାଜସ୍ୱ ପାର୍ଷଦ ଓ ସମସ୍ତ ଜିଲ୍ଲାପାଳଙ୍କୁ ତତ୍କାଳ ଏହା ଲାଗୁ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶନାମାରେ ଭାରତ…

Read More