Author: Purva Paksha

Convicted leaders: ସଂସଦ ଭିତରେ କିମ୍ବା ବାହାରେ ବିଭିନ୍ନ ରାଜନୈତିକ ଦଳ ଏହି ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ସେମାନଙ୍କ ସମସ୍ତଙ୍କ ଦଳରେ ଅନେକ ସଂଖ୍ୟକ ଦାଗୀ ନେତା ଅଛନ୍ତି। ବାସ୍ତବତା ହେଉଛି ରାଜନୀତିର ଅପରାଧୀକରଣ ଏବେ ସବୁ ଦଳରେ ଓ ସମସ୍ତେ ଏହାଦ୍ଵାରା ଆକ୍ରାନ୍ତ। ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ଅବଶିଷ୍ଟ ଜୀବନ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ବିଚାର କରିବା ସଂସଦର ଅଧିକାର ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ରୋକଠୋକଭାବେ କହିଛନ୍ତି। ଜନପ୍ରତିନିଧି ଆଇନର କେତେକ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରନ୍ତୁ କେନ୍ଦ୍ର ସରକାର ଏଥିରେ ଆଗ୍ରହୀ ନୁହଁନ୍ତି। ଉପରୋକ୍ତ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ନେତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବା ସହ ଦଣ୍ଡାଦେଶ ସରିବା ଦିନଠାରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ…

Read More