Author: Purva Paksha

Rohit Sharma: ରୋହିତ ଶର୍ମାଙ୍କ ଫିଟନେସ୍ ଓ ଅଧିନାୟକତ୍ୱକୁ ନେଇ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ସମାଲୋଚନା କରିବା ପରେ ରାଜନୈତିକ ଓ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନିର୍ଣ୍ଣାୟକ ବିଜୟ ପରେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ ଏବଂ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟି କରିଛନ୍ତି। ରବିବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ, ଶମା ମହମ୍ମଦ ଶର୍ମାଙ୍କୁ ‘ମୋଟା’ ବୋଲି ଆଖ୍ୟା ଦେଇଥିଲେ ଏବଂ ତାଙ୍କୁ ‘ମଧ୍ୟମ ଧରଣର କ୍ୟାପଟେନ’ ଭାବରେ ବର୍ଣ୍ଣନା କରିଥିଲେ। ସେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଏମଏସ ଧୋନି, ବିରାଟ କୋହଲି ଏବଂ କପିଲ ଦେବଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ତୁଳନାରେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ସୋସିଆଲ ମିଡିଆରେ ଭୂକମ୍ପ ଆଣିଛନ୍ତି।…

Read More