Author: Purva Paksha

Ministry Exapanation: ମନ୍ତ୍ରୀମାନେ ଏକାଧିକ ଦାୟିତ୍ୱ ସମ୍ଭାଳୁଥିବାରୁ ବିଭାଗକୁ ଚଳାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଫଳରେ ଅଧିକାରୀ ଅଧିକ ଶକ୍ତିଶାଳୀ ହୋଇ ବିନା ମନ୍ତ୍ରୀଙ୍କ ଆଲୋଚନାରେ ବି ଅନେକ ନିଷ୍ପତ୍ତି ନେଉଛନ୍ତି। ଏସବୁ ଅଭିଯୋଗ କେନ୍ଦ୍ରୀୟ ନେତୃତ୍ୱ ପାଖରେ ପହଞ୍ଚିବା ପରେ ଏବେ ଆରମ୍ଭ ହୋଇଛି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ତଥା ପଦବୀ ବଣ୍ଟନ। ଆଉ କିଛି ଦିନରେ ମୋହନ ସରକାରଙ୍କୁ ୧୦ମାସ ପୂରିବ। ପ୍ରଭାବଶାଳୀ ନେତା, ତାଙ୍କ ପିଆଦା ଏବଂ କେନ୍ଦ୍ରୀୟ ଲବିକୁ ଆଖିରେ ରଖି ରାଜ୍ୟ ସରକାରରେ ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣ୍ଡଳରେ ଏବେ ରହିଥିବା କିଛି ମନ୍ତ୍ରୀଙ୍କ ମଧ୍ୟ ୟୁଟର୍ଣ୍ଣ ନେବାକୁ ପଡ଼ିପାରେ। ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇନ ମନ୍ତ୍ରୀଙ୍କ ଯାଏ ବିଭାଗ ହରାଇବାର ବି ଆଶଙ୍କା ରହିଛି। କାରଣ ଏ ବିଷୟକୁ ନେଇ ସରକାରର ପ୍ରଚ୍ଛଦପଟ୍ଟରେ ଥିବା ଗୋଷ୍ଠୀଙ୍କ ସବୁଜ ସଙ୍କେତ ମିଳିଗଲାଣି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଏ ଆଭାସ ଓ ଚର୍ଚ୍ଚା ଭିତରେ ସମନାକୁ ଆସୁଛି…

Read More