Author: Purva Paksha

Jayanarayan Mishra: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ନିଜର ସ୍ପଷ୍ଟବାଦୀତା ଯୋଗୁ ଅନେକ ସମୟରେ ନିଜ ପାଇଁ ତଥା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଥାଆନ୍ତି। ସେ ଆଜି ଯେଉଁ ବୟାନ ଦେଇଛନ୍ତି ସେଥିରେ ରାଜ୍ୟ ବିଜେପିର ନେତାମାନଙ୍କର ଅକଲ ଗୁଡୁମ ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସହାୟତା କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଓଡ଼ିଶାକୁ ନିଜର ରାଜ୍ୟଭାବେ ଗ୍ରହଣ କରିପାରିନାହାନ୍ତି। ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ବୃହତ୍‍ ଓଡ଼ିଶା ଗଠନ ସମୟରେ ଆମେ ଓଡ଼ିଶାରେ ମିଶି ଭୁଲ୍ କରିଦେଇଛୁ। ଏହା ଏକ ଐତିହାସିକ ଭୁଲ୍ ଥିଲା ବୋଲି ସେ ନିର୍ବିକାର କଣ୍ଠରେ କହିଛନ୍ତି। ଜାଣି ରଖିବା କଥା ଆମର ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଯେ ଉତ୍କଳ କହିଲେ କଟକ, ପୁରୀ ଓ ବାଲେଶ୍ୱର। ଉତ୍କଳ, କୋଶଳ ଓ କଳିଙ୍ଗ ମିଶିକି ଓଡ଼ିଶା ଗଠନ ହୋଇଛି।…

Read More