Author: Purva Paksha

ହିମାଳୟ ଅଞ୍ଚଳରୁ ପ୍ରବାହିତ ଥଣ୍ଡା, ଶୁଖିଲା ଓ ପ୍ରବଳ ପବନ ଯୋଗୁଁ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିବା ପରେ ଗତ ତିନିଦିନ ହେଲା ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଆନନ୍ଦଦାୟକ ରହିଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରି କମ୍ ରହିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୪ ଦିନ ପରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ଏସ୍ଓଏର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଶନିବାର କହିଛି। ମାର୍ଚ୍ଚ ୮ରୁ ୧୧ ତାରିଖ ମଧ୍ୟରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ, କିନ୍ତୁ ବଙ୍ଗୋପସାଗରରୁ ଦକ୍ଷିଣ-ପୂର୍ବ ପବନର ଆର୍ଦ୍ରତା ପ୍ରବାହ ଏହି ସମୟ ମଧ୍ୟରେ ଆରାମଦାୟକ ସ୍ତର ବଜାୟ ରଖିବ…

Read More