Author: Purva Paksha

VK Pandian: ବିଜେଡିର ଅଫିସିଆଲ ଜ୍ୱାଇପୁଅଙ୍କୁ ଅଧିକ ଓଡ଼ିଆ କରିବା ପାଇଁ ତାଙ୍କ ନାମ କାର୍ତ୍ତିକେୟନରୁ କାର୍ତ୍ତିକ ପାଣ୍ଡିଆନ ହୋଇଯାଇଥିଲା। ତାଙ୍କୁ କାର୍ତ୍ତିକ କହିବାରୁ ଲାଗିଲା ଯେମିତି ସିଏ ଏଇ ଓଡ଼ିଶାରେ କେଇଦିନ ତଳେ ଜନ୍ମ ହୋଇଥିଲେ। ତାଙ୍କର ଠିଆପାଲାକୁ ଗଣମାଧ୍ୟମ ସତେ ଯେମିତି ପିଇ ଯାଇଥିଲା।  ୨୦୨୪ର ଅଧା ପର୍ଯ୍ୟନ୍ତ ଓଡ଼ିଶାରେ ଗୋଟିଏ ନାଁ’କୁ ନେଇ ଚର୍ଚ୍ଚା ଜୋରଦାର ଥିଲା। ଚା’ ଖଟିରୁ ମିଶନ ଶକ୍ତି ମହିଳାଙ୍କ ସଭା, ସବୁଠି କେବଳ ଗୋଟିଏ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଓଡ଼ିଶା ରାଜନୀତିର କେନ୍ଦ୍ରରେ ଥିଲେ ସେହି ବ୍ୟକ୍ତି। ନାମ ଥିଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ବିଜେଡିର ଅଫିସିଆଲ ଜ୍ୱାଇପୁଅଙ୍କୁ ଅଧିକ ଓଡ଼ିଆ କରିବା ପାଇଁ ତାଙ୍କ ନାମ କାର୍ତ୍ତିକେୟନରୁ କାର୍ତ୍ତିକ ପାଣ୍ଡିଆନ ହୋଇଯାଇଥିଲା। କଳ୍ପନା କରନ୍ତୁ ସେ କେତେ ଶକ୍ତିଶାଳୀ ହୋଇଥିଲେ ଯେ, ଗଣମାଧ୍ୟମ ମାତ୍ର ଗୋଟିଏ ଦିନରେ ତାଙ୍କର ନୂତନ ନାମକରଣକୁ ଏମିତି ସହଜରେ ଗ୍ରହଣ କରିନେଲା। ତାଙ୍କୁ…

Read More