Author: Purva Paksha

ଚଳିତ ବର୍ଷ ମୌସୁମୀ ପୂର୍ବରୁ ଆଉ ୫୫ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ରାଜସ୍ୱ ଓ ବିର୍ପ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୫୫ଟି ଟ୍ରାଞ୍ଜିଟ୍‌ ଆଶ୍ରୟସ୍ଥଳୀ ମଧ୍ୟରୁ ୨୮ଟିରେ ସିଭିଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ବାକି ୨୭ଟିର କାମ ଦ୍ରୁତ ଗତିରେ ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସମ୍ବେଦନଶୀଳ ଅଞ୍ଚଳରେ ସ୍ଥାନାନ୍ତର ବ୍ୟବସ୍ଥାକୁ ଏହି ନୂତନ ସୁବିଧା ସୁଦୃଢ଼ କରିବ। ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ସମ୍ବେଦନଶୀଳ ଗାଁ’ଗୁଡ଼ିକରେ ଏହି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି । ପ୍ରାୟ ୩ କୋଟି ଟଙ୍କା ବିନିଯୋଗରେ ଏହି ସବୁ ଆଶ୍ରୟସ୍ଥଳୀର ବିକାଶ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୮୯କୋଟି ଟଙ୍କା ମଞ୍ଜୁର କରିଥିଲେ। ୨୮ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ବହୁମୁଖୀ…

Read More