Author: Purva Paksha

Two minor girls in Gajapati’s Ramagiri died after consuming Anganwadi-sourced ‘sattu’: ଗଜପତି ରାମଗିରିରେ ଅଙ୍ଗନବାଡ଼ି ଭିତ୍ତିକ ଛତୁଆ ଖାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ଝିଅ ଗୁରୁତର ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଛତୁଆ ଖାଇ ଗୋଟିଏ ପରିବାରର ୨ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ପରିବାରର ଅନ୍ୟ ଦୁଇଜଣ ସଦସ୍ୟ ଛତୁଆ ଖାଇ ଜୀବନ ସହ ସଂଘର୍ଷ କରୁଛନ୍ତି। ମୃତକମାନେ ହେଲେ ତୁଳସୀ ବଡ଼ମୁଣ୍ଡି (୬) ଓ ଗୁଣବତୀ ବଡ଼ମୁଣ୍ଡି (୩)। ସେପଟେ ଗୋଟିଏ ପରିବାରର ଆଉ ଦୁଇଜଣ ସଦସ୍ୟ ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ନାବାଳିକା ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ,…

Read More