Author: Purva Paksha

ବିଜେଡି-କଂଗ୍ରେସ ଭିତରେ ଆଗାମୀ ଦିନରେ ମେଣ୍ଟ ସମ୍ପର୍କ ଆଲୋଚନା ଭିତରେ ପିସିସି ସଭାପତି ଭକ୍ତ ଦାସ ଗତ ନିର୍ବାଚନରେ ବିଜେପି ସଫଳତାର ଶ୍ରେୟ ବିଜେଡିକୁ ଦେଇଛନ୍ତି। ସେ କହିଛନ୍ତି, ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଓଡ଼ିଶାରେ ବିଜେପି ସହିତ ଲୁଚାଛପାରେ ରହିଛି। ରାଜ୍ୟରେ ବିଜେପି ସହ ବିଜେଡି ଘନିଷ୍ଠ ସମ୍ପର୍କ ବଜାୟ ରଖିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି, ଉଭୟ ଦଳ ଏକାଠି ଅଛନ୍ତି। ବିଜେଡିକୁ କଡ଼ା ସମାଲୋଚନା କରି ପିସିସି ସଭାପତି ଅଭିଯୋଗ କରିଛନ୍ତି ଯେ ଗତବର୍ଷ ଲୋକସଭା ନିର୍ବାଚନରେ ଆଞ୍ଚଳିକ ଦଳ ବିଜେପି ସହ ଡିଲ୍‌ ଯୋଗୁଁ ସମ୍ପୂର୍ଣ୍ଣ ପରାଜୟର ସମ୍ମୁଖୀନ ହୋଇଥିଲା। ଗତ ନିର୍ବାଚନରେ ବିଜେଡି ବିଜେପିକୁ ୨୦ଟି ଲୋକସଭା ଆସନ ଦେଇଥିବା ଅଭିଯୋଗ କରି ଶ୍ରୀ ଦାସ କହିଛନ୍ତି ଯେ ଆଞ୍ଚଳିକ ଦଳ ରାଜ୍ୟର ୧୪୭ଟି ବିଧାନସଭା ଆସନ…

Read More