Author: Purva Paksha

ଗତ ୧୦ ମାସ ତଳେ ୨୦୨୪ ସାଧାରଣ ନିର୍ବାଚନ ସରିଯାଇଛି। ନିର୍ବାଚନର ଫଳାଫଳ ଏବେ ରାଜ୍ୟ ରାଜନୀତିରେ ‘ବିଜୁବାଦ’ର ଅସ୍ତିତ୍ୱ ପ୍ରତି ପ୍ରଶ୍ନ ଉଠାଇଛି। ଗତ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀ ପାଳନ ସମୟରେ ରାଜ୍ୟର ବିଜେପି ସରକାର ତାଙ୍କୁ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ସମକକ୍ଷ କରିବାକୁ ପ୍ରୟାସ କରିଛି। ବିଜୁଙ୍କୁ ନେଇ ଗତ ୨୦ ବର୍ଷ ଧରି ଚାଲିଆସୁଥିବା ପରମ୍ପରାକୁ ବଡ଼ ଚତୁରତାର ସହ ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ ‘ବିଜୁବାଦ’ର ଅସ୍ତିତ୍ୱ ପ୍ରଶ୍ନର ପ୍ରଥମ ଅଧ୍ୟାୟଭାବେ ଗ୍ରହଣ କରାଯାଇପାରେ। ପୁଣି ଲଗାତାରଭାବେ ରାଜ୍ୟ ବିଜେପିର କିଛି ନେତାମାନେ ବିଜୁ ବାବୁଙ୍କୁ ନେଇ ବିଭିନ୍ନ ଟେଲିଭିଜନରେ ମନୋଲଗ୍‍ ପ୍ରଦାନ କରୁଛନ୍ତି। ଏହା ଆଗାମୀ ଏପ୍ରିଲ ୧୭ ତାରିଖ ଘଟଣାରେ ଆଉକିଛି ନୂଆ ଦିଗ ସୃଷ୍ଟି କରିବାର ସଙ୍କେତ ଦେଉଛି। ଏହି ସଙ୍କେତକୁ ଲଗାମ ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ରଣନୀତିକାର ଭୈରବ କାର୍ତ୍ତିକେୟନ…

Read More