Author: Purva Paksha

Assembly News: ବିଧାନସଭା କାର୍ଯ୍ୟ ସମୟରେ ବାରମ୍ବାର ବାଧା ସୃଷ୍ଟି ହେବା ପରେ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ଗୃହରେ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବାରୁ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଶାସକ ଦଳର ମୁଖ୍ୟ ସଚେତକଙ୍କ ପ୍ରସ୍ତାବ କ୍ରମେ ଆଇନଗତ ଆଚରଣ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସର ମୋଟ ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ନେତାମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ସୋଫିଆ ଫିରଦୌସ, ଅଶୋକ ଦାସ, ମଙ୍ଗୁ ଖିଲ, ଦଶରଥୀ ଗମାଙ୍ଗୋ, ସତ୍ୟଜିତ ଗମାଙ୍ଗୋ, ନୀଳମାଧବ ହିକାକା, ସାଗର ଦାସ ଓ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ…

Read More