Author: Purva Paksha

ମାତ୍ର ୧୦ ମାସ ହେଲା ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ବିଜେଡିର ଏକ ପ୍ରକାର ମନମୁଖୀ ଶାସନରେ ଅତିଷ୍ଠ ହୋଇ ସେମାନଙ୍କଠାରୁ ମୁହଁ ଫେରାଇ କିଛି ନୂଆ ପରିବର୍ତ୍ତନ ଆଣିବା ଲାଗି ଓଡ଼ିଶା ମତଦାତା ବିଜେପିକୁ ଭୋଟ୍‍ ଦେଇଥିଲେ। ହେଲେ ମାତ୍ର ୧୦ ମାସ ଭିତରେ ଲୋକମାନେ ବିଜେପି ଶାସନ ଉପରେ ଅତିଷ୍ଠ ହୋଇଗଲେଣି। ରାଜଧାନୀ ଭୁବନେଶ୍ୱର କଥା ଇଏ ନୁହେଁ, ଯେଉଁ ଜିଲ୍ଲାର ୯ରୁ ୯ ଆସନ ବିଜେପି ଜିତିଛି ସେହି ଜିଲ୍ଲାରେ ରାଜ୍ୟ ପ୍ରଶାସନର ଶାସନ ବ୍ୟବସ୍ଥାକୁ ନେଇ ଲୋକମାନେ ହତାଶ୍‍ ହୋଇଛନ୍ତି। ଆଉ ଏଇ ହତାଶାର ପ୍ରତିକ୍ରିୟା ଭୋଗିବାକୁ ପଡ଼ିଛି ଖୋଦ୍‍ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ। ଲୋକଙ୍କଠାରୁ ତାଙ୍କୁ ଢେଲାମାଡ଼ ଖାଇବାକୁ ପଡ଼ିଛି। ମତଦାତାଙ୍କ ମନରେ କାହିଁକି ଏ ନିରାଶା ? କାହିଁକି ଏଇ ଅନାସ୍ଥା ଭାବ? କ’ଣ ପାଇଁ ଆଦିବାସୀ ବର୍ଗ ଆଜି ବିଜେପି ଶାସନ ଉପରେ…

Read More