Author: Purva Paksha

ଖବର ବଜାର ଗରମ। ପ୍ରଥମେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତା’ପରେ କିଛି ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ସନ୍ନ୍ୟାସୀଙ୍କ ଦେଶାନ୍ତର ଖବର କଥା କହିବାକୁ ଲାଗିଲେ। କିଛି ଖବର ତ’ ଏମିତି ଲେଖାଯାଇଥିଲା ଯେମିତି ଲେଖକ କାନ୍ଦିକାନ୍ଦି ଲେଖିଥିଲେ। ଏଠି ଆମେ ଯେଉଁ ସନ୍ନ୍ୟାସୀଙ୍କ କଥା କହୁଛୁ ସେ କୌଣସି ଆଶ୍ରମରେ ରହୁନାହାନ୍ତି। ହଁ, ଯଦି ଆପଣ ନବୀନ ନିବାସକୁ ଆଶ୍ରମ ଭାବିବେ ତେବେ ତାହା ଅଲଗା କଥା। ଏବେ ଆପଣଙ୍କ ପାଇଁ ଚିତ୍ର ନିଶ୍ଚିତରୂପେ ଆପାତତଃ ସ୍ପଷ୍ଟ ହୋଇଯିବଣି। ଶୁଣିବାକୁ ମିଳୁଛି ପୂର୍ବତନ ବାବୁ ଓ ଏବେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ; ଯାହାଙ୍କ ଓଡ଼ିଆ ନାମ କାର୍ତ୍ତିକ ପାଣ୍ଡିଆନ। ସେ କୁଆଡ଼େ ରାଜ୍ୟ ଛାଡ଼ୁଛନ୍ତି। ଖାଲି ରାଜ୍ୟ ନୁହେଁ ସେ ଦେଶ ଛାଡ଼ୁଛନ୍ତି। ମାଇକ୍ରୋସଫ୍ଟ ମାଲିକ ବିଲ୍ ଗେଟ୍‍ସଙ୍କ ଫାଉଣ୍ଡେସନର ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ବାବୁ ତାଙ୍କ ଇଣ୍ଟରନ୍ୟାସନାଲ ଚାକିରି ଜୀବନ ଆରମ୍ଭ କରିବେ।…

Read More