Author: Purva Paksha

ରାଜ୍ୟ ବିଧାନସଭା ଏବେ ଭିନ୍ନ ଚର୍ଚ୍ଚାରେ ରହିଛି। ଏହି ବିଧାନସଭା ଦିନେ ଶୃଙ୍ଖଳିତ ଆଚରଣ ପାଇଁ ଗର୍ବ କରୁଥିଲା। ଆଜି ତାହା ବିଶୃଙ୍ଖଳା ଲାଗି ନିନ୍ଦିତ ହୋଇଛି। ଏହି ଘଟଣା ଦେଶର ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ରାଜ୍ୟବାସୀଙ୍କ ଟିକସରେ ବିଧାନସଭା ପରିଚାଳନା ପାଇଁ ଦୈନିକ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରାଯାଇ ବିଧାନସଭାରେ ଜନସାଧାରଣଙ୍କ ସମସ୍ୟା ଆଲୋଚନା ହେବା କଥା। କିନ୍ତୁ ତାହା ଆଦୌ ହୋଇପାରୁନାହିଁ। ବିରୋଧୀଙ୍କ ଜିଦ୍‍ ଆଗରେ ସରକାରୀ ଦଳ ଅସହାୟ ମନେ ହେଉଛନ୍ତି। ଏହା ତାଙ୍କର ଗୃହ ପରିଚାଳନାରେ ଅନଭିଜ୍ଞତାକୁ ସ୍ପଷ୍ଟ କରୁଛି। ଯାହାଫଳରେ ରାଜନୀତିକ ସ୍ତରରେ ଯେଉଁ ଅଙ୍କର ସମାଧାନ ହେବା କଥା ତାହା ରାଜରାସ୍ତାରେ ପହଞ୍ଚିଛି। ଏହା କିଛି ନୂଆ କଥା ନୁହେଁ ବୋଲି କହି ଶାସକ ଦଳ ନିଜର ଦୁର୍ବଳତାକୁ ଏଡ଼ାଇବାକୁ ଚେଷ୍ଟା କରୁଛି। ବିଧାନସଭା ଆରମ୍ଭରୁ ଯଦି ଏପରି ଅଚଳାବସ୍ଥା ତେବେ ଆଗାମୀ ୫…

Read More