Author: Purva Paksha

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଦଳୀୟ ମହଲରେ ଅପଚେଷ୍ଠା କରାଯାଉଛି। ଏହି ହୀନ ଉଦ୍ୟମ ଏବେ ଅଫିସର ମହଲକୁ ସଂକ୍ରମିତ ହେବାରେ ଲାଗିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଜଳସମ୍ପଦ ବିଭାଗର ଅଧିକାରୀମାନେ ସବୁଠାରୁ ଆଗରେ ଥିବା ଆଲୋଚନା ହେଉଛି। ଠିକାଦାରୀ ପ୍ରଦାନ କରିବାରେ ଜଳ ସମ୍ପଦ ବିଭାଗ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‍ କରିବା ସେହି ଜଳ ସମ୍ପଦ ବିଭାଗର କିଛି ଅଧିକାରୀ ଠିକା ନେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ସହିତ ବିଭାଗ ଉପରେ ଜ୍ଞାନ ନ ଥିବା ପ୍ରମାଣିତ କରିବା ପାଇଁ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଥରକୁ ଥର ଭୁଲ୍‍ କଥା କୁହାଉଛନ୍ତି। ଏକଥା ଜଳ ସମ୍ପଦ ବିଭାଗର ସଚିବଙ୍କ ଜ୍ଞାତ ସରରେ ନିଶ୍ଚୟ ହେଉଥିବା। କରଣ ବିଭାଗର ଯେଉଁ ଉତ୍ତର ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିବେ ତାହାକୁ ବିଭାଗୀୟ ସଚିବଙ୍କ ଦସ୍ତଖତରେ ଆସୁଥିବା। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ…

Read More