Author: Purva Paksha

ଗେଟ୍ ବାହାରେ କଂଗ୍ରେସ । ଗେଟ୍ ଭିତରେ ବିଜେଡି ବିଧାୟକ। ବୁଧବାରର ବିଧାନସଭା ପରିସର ଓ ବାହର ଦୃଶ୍ୟ କିଛି ଯୁଦ୍ଧକ୍ଷେତ୍ରଠାରୁ କମ ନ ଥିଲା। ଦୁର୍ଗ ଉପରେ ଆକ୍ରମଣ ଭଳି ବିଧାନସଭା ଉପରେ ହେଉଥିଲା ଚଢ଼ାଉ। ସେପଟେ ଭିତରୁ ବିଜେଡି ବିଧାୟକ ଗେଟ୍ ଖୋଲିବାକୁ କରୁଥିଲେ ହଲ୍ଲା। ପୁରା ଷଣ୍ଢୁଆସୀ ଆକ୍ରମଣରେ ମୋହନ ସରକାରଙ୍କ ବଂଇଶୀ ବାଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ କାଲି ଓ ଆଜି ମିଶାଇ ଦୁଇଦିନରେ ୧୪ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହେଲେଣି। ବିରୋଧୀ ବିଜେପି ସରକାର ବିରୋଧରେ ହିଟଲରି ଶାସନର ଅଭିଯୋଗ ଆଣୁଥିବାବେଳେ ପ୍ରଶ୍ନ ଉଠୁଛି ମୋହନ ସରକାର ଫ୍ଲୋର ମ୍ୟାନେଜମେଣ୍ଟରେ ବିଫଳ ହୋଇଛନ୍ତି କି ? ନା ଜାଣିଶୁଣି ଦଳ ଭିତରେ କେହି ଏମିତି ପରିସ୍ଥିତ ସୃଷ୍ଟି କରୁଛି ଯେମିତି ମୋହନ ସରକାର ବଦନାମ୍‍ ହେବ? ମାଝୀ ସରକାରଙ୍କ ଫ୍ଲୋର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନଚିହ୍ନ ? କଂଗ୍ରେସ ବିଧାୟକଙ୍କ…

Read More