Author: Purva Paksha

ବିଧାନସଭା ଚାଲିପାରୁନାହିଁ। ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ ରହୁଛି। ଦିନେ କିମ୍ବା ଦୁଇଦିନ ନୁହେଁ, ଲଗାତର ୯ ଦିନରୁ ଅଧିକ ହେଲାଣି ବିଧାନସଭାରେ ପ୍ରଶ୍ନୋତ୍ତର ଓ ଶୂନ୍ୟକାଳ ସ୍ୱାଭାବିକ ହୋଇପାରୁନି। ମୁଲତବୀ ପ୍ରସ୍ତାବ କେତେବେଳେ କେମିତି ଆଲୋଚନା ହେଉଛି। ତେବେ ବିଧାନସଭା ପରିଚାଳନାର ଦାୟିତ୍ଵ କାହାର ବୋଲି ପ୍ରଶ୍ନ ଉଠୁଛି। ବିଧାନସଭା ବ୍ୟବସ୍ଥା ଅନୁଯାୟୀ ଗୃହର ସୁପରିଚାଳନାରେ ଗୁରୁ ଦାୟିତ୍ଵ ରହିଛି ସରକାରଙ୍କର। ବାଚସ୍ପତି ଯଦିଓ ଗୃହର ସର୍ବମାନ୍ୟ କର୍ତ୍ତା, ତେବେ ଗୃହ ପରିଚାଳନାରେ ସରକାରଙ୍କର ଭୂମିକା ପ୍ରମୁଖ ରହିଥାଏ। ବିଶେଷକରି ସଂସଦୀୟ ବ୍ୟାପାର ବିଭାଗ ହେଉଛି ଏଥ‌ିରେ ମୁଖ୍ୟ ଭୂମିକା ନିର୍ବାହକାରୀ। ବିଭାଗର ମନ୍ତ୍ରୀ ଓ ବିଧାନସଭାର ସରକାରୀ ମୁଖ୍ୟ ସଚେତକ ତଥା ଉପମୁଖ୍ୟ ସଚେତକ ଏହି ଦାୟିତ୍ଵ ନିର୍ବାହ କରନ୍ତି। ନୂଆ ସରକାରରେ ବିଧାନସଭା ବଜେଟ୍‍ ଅଧିବେଶନ ଅଚଳ ରହୁଥ‌ିବାବେଳେ ଏହି ବ୍ୟବସ୍ଥାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବିଶେଷଜ୍ଞମାନେ କହିଛନ୍ତି । କାରଣ ଗୃହ ପରିଚାଳନା କ୍ଷେତ୍ରରେ…

Read More